ଅଜୟ କୁମାର ନାଥ, ସମ୍ବଲପୁର: ସତରେ କଣ ସ୍ୱାର୍ଥପର ଆମ ସରକାର? କାମ ବାହାରି ଗଲା ପରେ କର୍ମଚାରୀଙ୍କୁ ଦିଅନ୍ତି ବିରଳ ପୁରସ୍କାର! ଦାୟୀତ୍ୱ ତୁଲାଇ ଏଠି ପେଟରେ ଓଦାକନା ପକାଇ ଶୁଅନ୍ତି କୋରୋନା ଯୋଦ୍ଧା। ଯାହାର ଏକ ଜ୍ୱଳନ୍ତ ଉଦାହରଣ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି।
ରାଜ୍ୟ ସରକାର ଶିକ୍ଷକଙ୍କୁ କୋରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି। ସେମାନଙ୍କୁ ବିଭିନ୍ନ କାମରେ ବି ନିୟୋଜନ କରୁଛନ୍ତି। କିନ୍ତୁ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ସମ୍ବଲପୁର ଜିଲ୍ଲାର ଶତାଧିକ ଶିକ୍ଷକଙ୍କ ପରିବାର। କାମ କରିଥିଲେ ସୁଦ୍ଧା ଗତ ସାତ ମାସ ହେବ ସେମାନଙ୍କୁ ଦରମା ମିଳିନାହିଁ। କେବେ ମିଳିବ ସେ ନେଇ ମଧ୍ୟ ସରକାର କୌଣସି ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ଏଭିଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜିଲ୍ଲାର ୧୦୧ କ୍ରୀଡା ଓ କଳା ଶିକ୍ଷକ।

 
						 
					 
						 
													 
						 
													 
						 
													 
						