ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଆସନ୍ତାକାଲି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଦେବଗଡ଼, ଝାରସୁଗୁଡ଼ା, ନୁଆପଡ଼ା, ସୁନ୍ଦରଗଡ଼ରେ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ, କଳହାଣ୍ଡି ଓକିଲ ସଂଘର ନିଷ୍ପତ୍ତିକ୍ରମେ ସେଠାରେ ଆଂଶିକ ବନ୍ଦ ରହିବ। ସମ୍ବଲପୁରରେ ବାର ଆସୋସିଏସନ ପକ୍ଷରୁ ଉଭୟ ସିଟି ଏବଂ କ୍ଷେତରାଜପୁର ଷ୍ଟେସନରେ ରେଳରୋକ କରାଯିବ। ଏଥିସହିତ ରାଜ୍ୟ, କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଏମସିଏଲ ସମ୍ମୁଖରେ ମଧ୍ୟ ପିକେଟିଂ ହେବ ବୋଲି ସମ୍ବଲପୁର ଓକିଲ ସଂଘ ସମ୍ପାଦକ ପ୍ରବୀଣ ସିଂଦେଓ କହିଛନ୍ତି। ହାଇକୋର୍ଟ ବେଞ୍ଚର ବାର୍ତ୍ତା ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆଇନଜୀବୀଙ୍କ ପକ୍ଷରୁ ମଂଗଳବାର ଏକ ବାଇକ୍ ରାଲି ବାହାରିଥିଲା। କଚେରି ଛକରୁ ଏହା ଆରମ୍ଭ ହୋଇ ମ୍ୟୁନିସିପାଲଟି ଛକ, ବଡ଼ବଜାର, କ୍ଷେତରାଜପୁର, ରେମେଡ଼, ବରେଇପାଲି, ଅଇଁଠାପାଲି, ବୁଢାରଜା, ମୁଦିପଡ଼ା, ଜିଲ୍ଲା ସ୍କୁଲ ଛକ ଦେଇ କଚେରି ପର୍ଯ୍ୟନ୍ତ ପହଞ୍ଚିଥିଲା।
Chakka Jam in Western Odisha in protest of perment HC Bench
														By   													
													
														Posted on 
													
												 
											
 
						 
					 
						 
					 
						 
													 
						 
													 
						 
													 
						 
													 
						